About RZSS

ପ୍ରିୟ ଶିକ୍ଷକ/ ଶିକ୍ଷୟିତ୍ରୀ ବନ୍ଧୁ!

                ଆଦିମ ଯୁଗରୁ ହିଁ ଆରମ୍ଭ କରାଯାଇ ଥିବା ସଙ୍ଘବଦ୍ଧ ଜୀବନ ଯାପନ ଶୈଳୀ ଯୋଗୁଁ ମଣିଷ ଆଜି ସୃଷ୍ଟିର ସବୁ ପ୍ରାଣୀଙ୍କ ଠାରୁ ଉନ୍ନତ ବୋଲି ପରିଚୟ ଟିଏ ପାଇ ସାରିଛି । ଆଜିର ଶିକ୍ଷିତ ମଣିଷ ନିଜର ବିବେକ ବଳରେ ନିଜେ ନିଜ ପରିବାରରେ ଆନନ୍ଦରେ ବଞ୍ଚି ରହିବା ସହିତ ସମଗ୍ର ଜୀବଜଗତର ରକ୍ଷଣା ବେକ୍ଷଣ ଏବଂ ନିଜ ସମାଜକୁ ସୁରକ୍ଷା ପ୍ରଦାନ କରିବା ସହ ଆବଶ୍ୟକ ସ୍ଥଳେ ସର୍ବଦା ଦାୟିତ୍ବ ନିର୍ବାହ କରି ଆସୁଅଛି।         

           ଏକଥା ମଧ୍ୟ ସମସ୍ତଙ୍କୁ ଜଣା ଯେ, ବିପଦ କେବେ କହିକି ଆସେ ନାହିଁ, ଏବଂ ଆସିବାକୁ ଥିବା ସବୁ ବିପଦର  ପରିମାଣ/ପରିଣାମ ଆକଳନ ମଣିଷର କଳନା ବାହାରେ। ଏଣୁ “prevention is better than cure” ବୋଲି କୁହାଯାଏ।

           ଏଭଳି ପରିସ୍ଥିତିରେ ଆମ ରାୟଗଡ଼ା ଜିଲ୍ଲାର ବିଶାଳ ଶିକ୍ଷକ ପରିବାର ମଧ୍ୟରୁ କେତେବେଳେ ଯେ କିଏ କେଉଁ ଭଳି ସମସ୍ୟାର ସମ୍ମୁଖୀନ ହେବେ ତାହା କାହାକୁ ବା ଜଣାଅଛି ? କିନ୍ତୁ ଏଭଳି ବିପତ୍ତି ଗୁଡ଼ିକୁ ମୁକାବିଲା କରିବା ସମୟରେ ସେମାନଙ୍କ ଶୋକ ସନ୍ତପ୍ତ ପରିବାରକୁ ଯଥୋଚିତ ସହଯୋଗ କରିବାପାଇଁ ଆଗଭର ଥିବା ହୃଦୟବାନ୍ ତଥା ବଦାନ୍ୟ ବ୍ୟକ୍ତିବିଶେଷଙ୍କ  ଅଭାବ ମଧ୍ୟ ନାହିଁ।

           ଉଦାହରଣ ଦେଇ କହିବାକୁ ଗଲେ, ନିକଟ ଅତୀତରେ ଆମ ଅଞ୍ଚଳରୁ ମୁନିଗୁଡା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୰ରାମକୃଷ୍ଣ ସାର୍ ଙ୍କ ଭଳି କିଛି ଶିକ୍ଷକ ବନ୍ଧୁଙ୍କ ଅକାଳ ବିୟୋଗ ଓ ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ଅକୁଣ୍ଠ ଚିତ୍ତରେ ଆମ ଭିତରୁ ଅନେକେ ଆର୍ଥିକ ସହାୟତା କରିବା ସହ postmortem ରିପୋର୍ଟ ଠାରୁ ଆରମ୍ଭ କରି legal heir ଏବଂ rehabilitation ପର୍ଯ୍ୟନ୍ତ ଅନେକ ପ୍ରକାରର ଅତି ଜରୁରୀ ତଥା ଦୁଃସାଧ୍ୟ କାର୍ଯ୍ୟ ଗୁଡ଼ିକରେ ସହଯୋଗ କରିବା ଏବଂ ନିର୍ଧାରିତ ସମୟ ପୂର୍ବରୁ ଅତି ଦାୟିତ୍ଵ ସହକାରେ ବହୁତ ସହଜରେ ଉକ୍ତ ଦୁଃସାଧ୍ୟ କାର୍ଯ୍ୟ ସବୁ ସମ୍ପାଦନ କରିବାରେ ମୂଖ୍ୟ ଭୂମିକା ନିଭେଇଛନ୍ତି ।

           ଆଜି ଆମର ଏହି ମହତ୍ କାର୍ଯ୍ୟଟି ସାରା ରାଜ୍ୟ ପାଇଁ ମାନବିକତାର ଏକ ଦୃଷ୍ଟାନ୍ତ ହେବା ସହିତ ଆମ ରାୟଗଡ଼ା ଜିଲ୍ଲାର ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସାରା ରାଜ୍ୟରେ ପ୍ରଶଂସାର ପାତ୍ର ସାଜିଛନ୍ତି ଓ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି।

            କିଏ ଜାଣେ କେତେବେଳେ କାହାର ପାଳି ? ଆଉ ସମ୍ମୁଖୀନ ହେବାକୁ ଥିବା ସମସ୍ୟା ମଧ୍ୟ କେଉଁ ପ୍ରକାରର ହେଇଥିବ ? ତଥାପି ଆମ ସଭିଙ୍କ ଐକ୍ୟ ମନୋଭାବ ଏବଂ ମିଳିତ ସହଯୋଗ ପ୍ରତିଟି ଜଟିଳ ସମସ୍ୟାକୁ ସରଳରୁ ସରଳତର କରିବାରେ ନିଶ୍ଚିତ ସହାୟକ ଯେ ହେବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଏଣୁ ଆମ ଜିଲ୍ଲାର ପ୍ରତିଟି ଶିକ୍ଷକ ପରିବାରକୁ ଆଖି ଆଗରେ ରଖି, ସମସ୍ତଙ୍କ ସୁଖରେ ସାମିଲ ହେବା ସହ ଦୁଃଖରେ ସହଭାଗିତା ସକାଶେ ସମସ୍ତ ଶିକ୍ଷକଙ୍କ ପାଇଁ ଏକ Common ପ୍ଲାଟଫର୍ମ ଟିଏ ରହିବା ଜରୁରୀ ହୃଦୟଙ୍ଗମ ହେଲା |

            ଏହି platform ନିମିତ୍ତ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଅଦ୍ୟାବଧି ଆମ ଜିଲ୍ଲାରେ ସମସ୍ତ ବିଭାଗର ମାଧ୍ୟମିକ ଶିକ୍ଷକମାନଙ୍କ ସହ ଅନେକ Virtual ତଥା physical meeting ମାଧ୍ୟମରେ ମତାମତ ଲୋଡ଼ାଯାଇଥିଲା।  ପ୍ରତିଟି ମିଟିଂରେ ପ୍ରତ୍ୟେକ ଶିକ୍ଷକ/ଶିକ୍ଷୟିତ୍ରୀ ବିନା ଦ୍ବିଧାରେ ଏଭଳି ମହତ୍ କାର୍ଯ୍ୟ କୁ ସମର୍ଥନ ଜଣାଇ ଥିଲେ।

            ଏହାକୁ “ରାୟଗଡା ଜିଲ୍ଲା ଶିକ୍ଷକ ସମାଜ” ବା “RZSS” ନାମରେ ନାମିତ କରିବା ସହିତ ଜାତି, ଧର୍ମ, ବର୍ଣ୍ଣ ଓ ବର୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏହାକୁ ଉଦ୍ଧିଷ୍ଟ କରିବାକୁ ମତ ପୋଷଣ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମଟିକୁ ଏକ ସୁନିଶ୍ଚିତ ରୂପରେଖ ଦେବା ପାଇଁ ତତ୍ପରତା ଦେଖାଇବା ସହ “RZSS” ର ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

RZSS ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ।

  • ବିଭିନ୍ନ ବର୍ଗ ଓ ପ୍ରଶାସନିକ ନିୟନ୍ତ୍ରଣ ଇତ୍ୟାଦି ନିର୍ବିଶେଷରେ ସମସ୍ତ ମାଧ୍ୟମିକ ଶିକ୍ଷକଙ୍କ ମଧ୍ୟରେ ଭ୍ରାତୃତ୍ୱ ଭାବ ନିଶ୍ଚିତ କରିବା ।
  • ଶିକ୍ଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ନିମିତ୍ତ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଏକ “କର୍ପସ୍ ଫଣ୍ଡ୍” (TEACHERS ‘WELFARE FUND) ର ଗଠନ କରିବା ।
  • ଆମ ଅନୁଷ୍ଠାନ ମାନଙ୍କର ଶିକ୍ଷକ, କିରାଣୀ, ଗୃପ – ଡି କର୍ମଚାରୀ, ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଉତ୍ସାହିତ କରିବା ।
  • ଆମ ଅନୁଷ୍ଠାନ ମାନଙ୍କର ଶିକ୍ଷକ, କିରାଣୀ, ଗୃପ – ଡି କର୍ମଚାରୀ ମାନେ ଆକସ୍ମିକ ଦୁର୍ଘଟଣା କିମ୍ବା ଦୁରାରୋଗ ର ଚିକିତ୍ସା ନିମିତ୍ତ ଯଥୋଚିତ ଆର୍ଥିକ ତଥା ବ୍ୟକ୍ତିଗତ ସହାୟତା ପ୍ରଦାନ କରିବା ।
  • ଆମ ଅନୁଷ୍ଠାନ ମାନଙ୍କର ଶିକ୍ଷକ, କିରାଣୀ, ଗୃପ – ଡି କର୍ମଚାରୀଙ୍କ ଅକାଳ ବିୟୋଗରେ ସେମାନଙ୍କ ପରିବାରର ଶୋକସନ୍ତପ୍ତ ସଦସ୍ୟଙ୍କୁ ଯେତେବେଳେ ଆବଶ୍ୟକ ହୁଏ ଯଥୋଚିତ ଆର୍ଥିକ ତଥା ବ୍ୟକ୍ତିଗତ ସହାୟତା ପ୍ରଦାନ କରିବା ।
  • ଶୈକ୍ଷିକ ସମୃଦ୍ଧି ପାଇଁ ଆମ ଜିଲ୍ଲା ରେ ଏକ Resource group ଗଠନ କରିବା |
  • କୌଣସି ପ୍ରତିକୂଳ ବାତାବରଣ ଯୋଗୁଁ ଚାପ ଗ୍ରସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ Moral support ଦେବା।
  • ଏ ସମସ୍ତ କାର୍ଯ୍ୟର ସୁପରିଚାଳନା ନିମନ୍ତେ ସମସ୍ତଙ୍କ ସହଯୋଗ ତଥା ସମନ୍ବୟ ରକ୍ଷା କରିବା ପାଇଁ RZSS ଉଦ୍ଦେଶ୍ୟରେ ବିଭିନ୍ନ social media ର ମାଧ୍ୟମ ଗଠନ ସହ ଏକ website ତିଆରି କରିବା

( ଏହା ବ୍ୟତୀତ ଆପଣଙ୍କର କିଛି ବହୁ ମୂଲ୍ୟ ମତା ମତ ଯଦି ଥାଏ, ତାହାକୁ ମଧ୍ୟ RZSS ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରେ ସ୍ଥାନିତ କରାଯିବ।)

MODALITIES

Block Level Core Committee

  1. Nodal HM
  2. School Representative: From among the School Representatives, four teachers will be nominated /elected to assume the following responsibilities.
  3. President
  4. VP
  5. Treasurer
  6. Media representative
  7. All the other School Representatives will be treated as ” Executive Members”

District Level Core Committee

  1. Block Nodal HMs from each Block – 11 members
  2. Block representatives from each Block – 11 members
  3. Representatives from 3 ULBs of our district – 6 members
  4. Representatives from OSSTA – 3 members
  5. Representatives from Old Govt Schools – 5
  6. Representatives from SSD Dept – 3 members
  7. Representatives from NPS Teachers – 3 members

ବିଶେଷ ସୂଚନା: ସୁଦୂର Hyderabad ଠାରେ ଏକ “ଓଡ଼ିଆ ସମାଜ” ନାମରେ ନାମିତ ଏକ ସଂଘ ଅବସ୍ଥିତ। ଯାହା ସେଠାରେ ଥିବା ପ୍ରତ୍ୟେକ ଓଡ଼ିଆ ଲୋକଙ୍କର ସୁବିଧା ଏବଂ ଅସୁବିଧା ରେ ଆପୋଷ ସହଯୋଗ ର ଏକ ମାଧ୍ୟମ। ତତ୍ ସହିତ ଉକ୍ତ ଓଡ଼ିଆ ସମାଜରୁ କିଛି ସଭ୍ୟ TODA (Telengana and Odisha Doctors Association)” ସହିତ ଜଡିତ। ଆମର ଏହି RZSS ବିଷୟରେ ଶୁଣି ଖୁସି ହେବା ସହିତ ଆବଶ୍ୟକ ସ୍ଥଳେ ସେମାନଙ୍କ ତରଫରୁ ବିଭିନ୍ନ ଦିଗରୁ ଆମକୁ ସହଯୋଗ କରିବା ପାଇଁ କଥା ଦେଇଛନ୍ତି।